ଓଡିଶାରେ ଚୋରା ମଦ ବନ୍ଦ ନହେବା ଯାଏଁ ଚାଲିବ ଚଢ଼ାଉ

Aug 26, 2024 - 15:13
 0  1
ଓଡିଶାରେ ଚୋରା ମଦ ବନ୍ଦ ନହେବା ଯାଏଁ ଚାଲିବ ଚଢ଼ାଉ

ଓଡିଶାରେ ଚୋରା ମଦ ବନ୍ଦ ନହେବା ଯାଏଁ ଚାଲିବ ଚଢ଼ାଉ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଗରୁ ଦିନେ ଦୁଇ ଦିନ ଚଢ଼ାଉ କରି, ମାମଲା ଥଣ୍ଡା ହେଲା ପରେ ଚଢାଉ ବନ୍ଦ୍ କରି ଦେଉଥିଲେ ପୂର୍ବ ସରକାର। କିନ୍ତୁ ମୋହନ ସରକାରରେ ସେଭଳି ହେବ ନାହିଁ । ସରକାର ଦୃଢ଼ ହସ୍ତରେ ଚୋରା ମଦ ନେଟୱର୍କ ବନ୍ଦ କରିବେ ବୋଲି କହିଛନ୍ତି ପୃଥ୍ବୀରାଜ। ଚିକିଟିରେ ମଦ ମୃତ୍ୟୁ ପରେ ସାରା ରାଜ୍ୟରେ ବେଆଇନ ମଦ କାରବାର ଉପରେ ଚଢ଼ାଉ କରୁଛି ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଶହ ଶହ ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରାଯାଉଛି। ତେବେ ଏହି ଚଢ଼ାଉ ଏବେ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ।ସେପଟେ ଖୁବଶୀଘ୍ର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ ଏବଂ ଏ ନେଇ ସରକାର ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

What's Your Reaction?

like

dislike

love

funny

angry

sad

wow