ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ

Aug 26, 2024 - 16:22
 0  4
ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ

ସୁଭଦ୍ରା ଯୋଜନା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ମହିଳା ଓ ଶିଶୁ ବିକାଶ ବିଭାଗ । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବ ହିତାଧିକାରୀଙ୍କ ବୟସ। ଅର୍ଥାତ ୨୧ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ବର୍ଷର ମହିଳା ଏହି ଯୋଜନାରେ ହୋଇପାରିବେ ନାହିଁ  ସାମିଲ । ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ହିଁ କରାଯିବ ଗ୍ରହଣ ।ସୁଭଦ୍ରା ପାଇବାକୁ ଅଫଲାଇନ୍‌ ଫର୍ମ ପୂରଣ ବା ଅନଲାଇନରେ ସୁଭଦ୍ରା ପୋର୍ଟାଲରେ କରିପାରିବେ ଆବେଦନ । ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ । ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ ଆବେଦନକାରୀ ।

What's Your Reaction?

like

dislike

love

funny

angry

sad

wow