ଜିଲ୍ଲାପାଳ-ଏସ୍‌ପି ମିଳିତ ସମ୍ମିଳନୀ ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Sep 28, 2024 - 13:05
 0  4
ଜିଲ୍ଲାପାଳ-ଏସ୍‌ପି ମିଳିତ ସମ୍ମିଳନୀ ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଜନତାଙ୍କ ବନ୍ଧୁ ହେଉ ପୋଲିସ । ମହିଳାଙ୍କ ପ୍ରତି ହିଂସାକୁ କରାଯିବନି ବରଦାସ୍ତ। ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ । ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନରେ ଏମିତି କଡା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ତାଗିଦ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ହେବ କାର୍ଯ୍ୟାନୁଷ୍ଠାନ । ସପ୍ତାହେ ଭିତରେ ବିଚାରାଧୀନ ମାମଲା ଜଣାଇବେ ଏସ୍‌ପି। ଧୈର୍ଯ୍ୟର ସହ ଶୁଣନ୍ତୁ ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ । ରାତିରେ ଆସୁଥିବା ଅଭିଯୋଗକୁ ଗୁରୁତ୍ବ ଦେବାକୁ ପରାମର୍ଶ ।ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ । ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ କରାନ୍ତୁ ଅଧିକ କାର୍ଯ୍ୟଶୀଳ।ସେଆହୁରି କହିଛନ୍ତି ଯେ, ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ଥିଲା ବିରାଟ କାଳଖଣ୍ଡ।୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ଥିଲା ମାତ୍ର ୯.୭୩%, ଯାହା ଅତ୍ୟନ୍ତ ନୈରାଶ୍ୟଜନକ ।କିନ୍ତୁ  ଏହାକୁ ବରଦାସ୍ତ କରିବନି ଆମ ସରକାର। ସେହିପରି ଉଦ୍‌ବୋଧନରେ ମାଓବାଦୀଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିନ ଥିଲା ସନ୍ଧ୍ୟା ହେଲେ ମାଓବାଦୀଙ୍କ ପାଇଁ କବାଟ ବନ୍ଦ ହେଉଥିଲା । ଆଜି ସେ ସ୍ଥିତି ନାହିଁ, ଏଥିପାଇଁ ପୋଲିସଙ୍କ ବଳିଦାନ ପ୍ରଶଂସନୀୟ । ଆଜି ଏହି ଲଢ଼େଇ ଶେଷ ପର୍ଯ୍ୟାୟରେ, କିଛି ସ୍ଥାନରେ ରହିଛି ଆହ୍ବାନ ।୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ଲଢ଼େଇ ଶେଷ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ତେଣୁ ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । 

What's Your Reaction?

like

dislike

love

funny

angry

sad

wow