ସ୍ବାଭାବିକ ହେଲା ବିଦ୍ୟାଳୟ

Jun 24, 2024 - 12:00
 0  1
ସ୍ବାଭାବିକ ହେଲା ବିଦ୍ୟାଳୟ

ଓଡିଶାରେ ଆଜିଠୁ ସ୍ବାଭାବିକ ହୋଇଛି ବିଦ୍ୟାଳୟ । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହୋଇଛି ପାଠପଢା। ଖରାଛୁଟି ପରେ ରାଜ୍ଯରେ ଗତ ୧୮ ତାରିଖରୁ ବିଦ୍ୟାଳୟ ଖୋଲିଥିଲେ ମଧ୍ଯ ପ୍ରବଳ ଗ୍ରୀଷ୍ଣପ୍ରବାହ ଯୋଗୁ ହୋଇପାରୁନଥିଲା ସ୍ବାଭାବିକ  । ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିଥିଲା ଛୁଟି ନିଷ୍ପତ୍ତି। ଅନେକ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ କିଛି ଜିଲ୍ଲାରେ ସ୍ଥାନୀୟ ପାଣିପାଗ ସ୍ଥିତି ଅନୁସାରେ ଘୋଷଣା ହୋଇଥିଲା ଛୁଟି  ।ତେବେ ସାରା ରାଜ୍ଯକୁ ମୌସୁମୀ ଛୁଇଁବା ସହ ଏବେ କମିଛି ତାପମାତ୍ରା। ଏଣୁ ଆଜିଠାରୁ ସ୍ବାଭାବିକ ଭାବେ ଖୋଲିଛି ବିଦ୍ୟାଳୟ । ଏବେ ବିଦ୍ୟାଳୟ ସ୍ବାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି  ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

What's Your Reaction?

like

dislike

love

funny

angry

sad

wow