ସାରା ଓଡିଶାକୁ ଛୁଇଁଲା ମୌସୁମୀ ।

Jun 24, 2024 - 12:01
 0  5
ସାରା ଓଡିଶାକୁ ଛୁଇଁଲା ମୌସୁମୀ ।

ସାରା ଓଡିଶାକୁ ଛୁଇଁଲା ମୌସୁମୀ । ପୂର୍ବରୁ ୨୪ଟି ଜିଲ୍ଲାକୁ ଛୁଇଁଥିବା ବେଳେ ଏବେ ଆଉ ବାକି ୬ଟି ଜିଲ୍ଲାକୁ ସଂପୂର୍ଣ୍ଣ ଛୁଇଁଛି । ମୌସୁମୀ ପ୍ରଭାବରେ ୨୬ ତାରିଖରୁ ବଢିବ  ବର୍ଷାର ପରିମାଣ । ଆଜି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ରହିଛି ସମ୍ଭାବନା  ।ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ହୋଇପାରେ ବର୍ଷା  । ୨୬ ତାରିଖରେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଝାରସୁଗୁଡ଼ା , ସୁନ୍ଦରଗଡ଼ରେ ଏବଂ ୨୭ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

What's Your Reaction?

like

dislike

love

funny

angry

sad

wow