୩୧ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନାହିଁ ନିସ୍ତାର

Aug 29, 2024 - 12:29
 0  7
୩୧ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନାହିଁ ନିସ୍ତାର

ଗତକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଜି  ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର। ଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ୩୧ ତାରିଖ ଯାଏ ପ୍ରବଳକୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ମାଲକାନଗିରି, କୋରାପୁଟ,  ନବରଙ୍ଗପୁର ଓ , ଗଞ୍ଜାମ,  ଗଜପତି,ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା,  ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା ।୩୦ରେ ବା ଆସନ୍ତାକାଲି ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଠାଏ ଠାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଜାରି ହୋଇଛି କମଳା ସତର୍କତା । 

What's Your Reaction?

like

dislike

love

funny

angry

sad

wow