ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କ ବଢିଲା ଅଡୁଆ

Aug 29, 2024 - 12:32
 0  6
ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କ ବଢିଲା ଅଡୁଆ

ଫ୍ରାନ୍ସରେ ଗିରଫ ହେବା ପରେ ବଢିଲା ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡୁରୋଭଙ୍କ ସମସ୍ୟା ।  ତାଙ୍କ ବିରୋଧରେ ଫ୍ରାନ୍ସ ଅଦାଲତରେ ହୋଇଛି ଅନେକ ଗୁରୁତର ଅଭିଯୋଗ ।  ମାମଲା ରୁଜୁ କରାଯାଇ ତାଙ୍କୁ ଜାମିନ ପାଇଁ ୫ ମିଲିୟନ୍ ୟୁରୋ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ। ଏହାର ଅର୍ଥ ହେଉଛି ଜାମିନ ପାଇବାକୁ ପାଭେଲ ଡୁରୋଭଙ୍କୁ ଦେବାକୁ ପଡିବ ପ୍ରାୟ ୪୭ କୋଟି ଟଙ୍କା । ସେହିପରି ବର୍ତ୍ତମାନ ପାଭେଲ ଡୁରୋଭଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି ଫ୍ରାନ୍ସ କର୍ତ୍ତୃପକ୍ଷ । ତାଙ୍କୁ ପ୍ରତି ସପ୍ତାହରେ ଦୁଇଥର ପୋଲିସ ଷ୍ଟେସନରେ ଦେବାକୁ ପଡିବ ରିପୋର୍ଟ। ପାଭେଲ ଡୁରୋଭ ଋଷିଆରେ ଜନ୍ମ ହୋଇଥିବା ସତ୍ୱେ ଋଷିଆ ବ୍ୟତୀତ ତାଙ୍କ ପାଖରେ ରହିଛି ଅନେକ ଦେଶର ନାଗରିକତ୍ୱ । ଗତ କିଛି ବର୍ଷ ଧରି ସେ ଫ୍ରାନ୍ସରେ ରହିଆସୁଥିବାରୁ ତାଙ୍କର ଫ୍ରାନ୍ସ ନାଗରିକତା ମଧ୍ୟ ଅଛି ବୋଲି ମିଳିଛି ସୂଚନା । 

What's Your Reaction?

like

dislike

love

funny

angry

sad

wow