ସିଏଚଏସଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀ ଗିରଫ

Aug 29, 2024 - 14:13
 0  1
ସିଏଚଏସଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସିଏଚଏସଇ ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ ପରେ ତାଙ୍କ ନିକଟରୁ ଜବତ ହୋଇଛି ବିପୁଳ ପରିମାଣର ସମ୍ପତ୍ତି। ଶ୍ରୀ ସେଠୀଙ୍କର କାନନବିହାରଠାରେ ୧୦,୮୮୦ ବର୍ଗଫୁଟ ଅଞ୍ଚଳ ଜମିରେ ରହିଛି ୪ ମହଲା କୋଠା । ସେହିପରି ବିଭିନ୍ନ ଲୋକଙ୍କ ନାଁରେ ୬ଡିସିମିଲରୁ ୧୧ଡିସିମିଲ ପରିମିତର ମୋଟ ୧୬ଟି ମୂଲ୍ୟବାନ ଜମି କ୍ରୟ କରିଛନ୍ତି ଶ୍ରୀ ସେଠୀ,ଯାହାକି ତାଙ୍କର ବେନାମୀ ସମ୍ପତ୍ତି ।ତାଙ୍କଠୁ ୧ଲକ୍ଷ ୭୦ହଜାର ଟଙ୍କା ନଗଦ ଅର୍ଥ ସହ ୧୬.୭୭ଲକ୍ଷ ଟଙ୍କାର ଜମା ଏବଂ ୨ଟି ଚାରି ଚକିଆ ଗାଡି ,୫ଟି ଦୁଇ ଚକିଆ ଗାଡି ଠାବ କରିଛି ଭିଜିଲାନ୍ସ।ସେ ଆଉ ୨ ଦିନ ପରେ ନେଇଥାନ୍ତେ ଅବସର। କାର୍ଯ୍ୟଳୟରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା। ହେଲେ ଠିକ୍ ତା ପୂର୍ବରୁ ଭିଜିଲାନ୍ସ ଜାଲରେ ପଡି ଗିରଫ ହୋଇଛନ୍ତି ପୁରେନ୍ଦ୍ର କୁମାର ସେଠୀ ।

What's Your Reaction?

like

dislike

love

funny

angry

sad

wow