ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ନେତ୍ରୀ କୁସୁମ ଟେଟେ

Apr 7, 2025 - 13:33
 0  2
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ନେତ୍ରୀ କୁସୁମ ଟେଟେ

ଦୀର୍ଘ ବର୍ଷ ଧରି ସୁନ୍ଦରଗଡରେ ଚାଲିଛି କଳା ହୀରାର କଳା କାରବାର । ଦିନରାତି ବେଧଡକ କୋଇଲା ବୋହି ନେଉଛନ୍ତି ମାଫିଆ । ଏଥିରେ କିଛି ସରକାରୀ ବାବୁଙ୍କ ହାତ ଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ମାଫିଆଙ୍କ ବିରୋଧରେ କଡା ଆକ୍ସନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟିକା ତଥା ବିଜେପିର ବରିଷ୍ଠ ନେତ୍ରୀ କୁସୁମ ଟେଟେ । ହେମଗିରି ଥାନା ଗୋପାଳପୁର ତେଲେନଡିହି ରିଜର୍ଭ ଫରେଷ୍ଟ ଜଙ୍ଗଲ ସ୍ଥିତ ଚୋରା କୋଇଲା ଖଣିରୁ କୋଇଲା ପରିବହନ ନେଇ ଆସିଥିଲା ଅଭିଯୋଗ । ଖଣି ବିଭାଗ ୨୭ ଟନ୍‌ କୋଇଲା ଜବତ କରିବା ସହ ଚୋରା କୋଇଲା ଖଣିକୁ ସିଲ୍‌ କରିଥିଲା । ରବିବାର ଏ ସଂପର୍କରେ ହେମଗିରି ଥାନାରେ ଏତଲା ଦେଇଥିଲା ଖଣି ବିଭାଗ । 

What's Your Reaction?

like

dislike

love

funny

angry

sad

wow