ରାଜ୍ୟରେ ଆରମ୍ଭ ହେଲା ’ଆମ ଶାସନ’
Through this system, people’s feedback will be collected to ensure that all government services are being delivered properly. If any official fails to provide services, misbehaves, or takes bribes, strict action will be taken against them. Similar to the BJD government’s Mo Sarkar initiative, this program will function in the same framework, but without chairpersons or secretaries. Complaints and suggestions will be directly heard by the Chief Minister and the administration. Under this, more than 150 services across around 20 departments will be available to the people.
ରାଜ୍ୟରେ ’ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ସଂଗ୍ରହ କରାଯିବ ମତାମତ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ କିମ୍ବା ଲାଞ୍ଚ ନେଇ କାମ କରୁଥିବା ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।ବିଜେଡି ସରକାରଙ୍କ ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ କାର୍ଯ୍ୟକାରୀ ହେବ ’ଆମ ଶାସନ’ । ହେଲେ ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ରହିବନି ପଦ । ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ସିଧାସଳଖ ଶୁଣିବେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ । ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ହେବ ଉପଲବ୍ଧ ।
Jangyaseni Parida