ସୁଭଦ୍ରା ଯୋଜନାରେ ସାଇବର ଠକେଇର ଅଭିଯୋଗ

Sep 16, 2024 - 16:26
 0  1
ସୁଭଦ୍ରା ଯୋଜନାରେ ସାଇବର ଠକେଇର ଅଭିଯୋଗ

ସୁଭଦ୍ରା ଯୋଜନାରେ ସାଇବର ଠକେଇର ଅଭିଯୋଗ । ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିନାହିଁ, ଆସୁଛି ନକଲି କଲ । ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା ଏପରି ଏକ ନକଲି କଲ । ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି କି ନାହିଁ, ପଚରାଯାଇଥିଲା । ଆଉ ଲିଙ୍କରେ କ୍ଲିକ୍ କଲେ ସୁଭଦ୍ରା ଯୋଜନାର ଟଙ୍କା ମିଳିଯିବ ବୋଲି କୁହାଯାଇଥିଲା । ଏହାପରେ ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ କଟି ଯାଇଛି ୧୨ହାଜର ୫୦୦ ଟଙ୍କା । ତେଣୁ ଏଭଳି ସାଇବର ଠକେଇରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏଥିସହ ସୁଭଦ୍ରା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମାଧ୍ୟମରେ ପହଞ୍ଚିବ ବୋଲି କହିଛନ୍ତି  ପ୍ରଭାତୀ ପରିଡା  ।

What's Your Reaction?

like

dislike

love

funny

angry

sad

wow