ରାଜ୍ୟରେ ଆଗକୁ ପ୍ରବଳ ବର୍ଷା

Sep 16, 2024 - 12:23
 0  2
ରାଜ୍ୟରେ ଆଗକୁ ପ୍ରବଳ ବର୍ଷା

ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇଛି ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ତୀବ୍ର ଅବପାତ। ମଙ୍ଗଳବାର ଯାଏଁ ବଜାୟ ରହିବ ଏହାର ତୀବ୍ରତା। ତେବେ ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ। ଏଥିପାଇଁ  ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ  କମିଶନର ।  କେନ୍ଦୁଝର, ଦେବଗଡ଼,  ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ  ଅନୁଗୁଳରେ ହୋଇପାରେ ପ୍ରବଳ ବର୍ଷା ।  ପ୍ରବଳ ବର୍ଷା ପାଇଁ କଚ୍ଚା  ଘର ଓ ରାସ୍ତା ହୋଇପାରେ କ୍ଷତିଗ୍ରସ୍ତ। ତଳିଆ ଅଞ୍ଚଳରେ ମଧ୍ଯ ପାଣି  ଜମିବାର ରହିଛି ଆଶଙ୍କା ।  ଏଥିପାଇଁ ସତର୍କ କରାଇଛି ପାଣିପାଗ ବିଭାଗ ।  

What's Your Reaction?

like

dislike

love

funny

angry

sad

wow