ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ

Sep 16, 2024 - 11:32
 0  2
ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପୁଣି ହତ୍ୟା ଉଦ୍ୟମ । ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ତାଙ୍କ ଉପରକୁ ହୋଇଛି ଗୁଳିମାଡ଼ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କଠାରୁ ଜବତ କରାଯାଇଛି ଏକେ-୪୭ ରାଇଫଲ୍‌ । ଘଟଣାର ତଦନ୍ତ ଆରମ୍ଭ କରୁଛି ଏଫ୍‌ବିଆଇ ।ଅନ୍ୟପକ୍ଷରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ପୂର୍ବରୁ ଜୁଲାଇ ୧୩ରେ ପେନ୍‌ସିଲ୍‌ଭାନିଆରେ ମଧ୍ୟ ଟ୍ରମ୍ପଙ୍କୁ ହୋଇଥିଲା ହତ୍ୟା ଉଦ୍ୟମ। 

What's Your Reaction?

like

dislike

love

funny

angry

sad

wow