ଜାପାନରେ ବ୍ୟାପୁଛି ନୂଆ କୋଭିଡ ଭାରିଆଣ୍ଟ
ଜାପାନରେ ଆତଙ୍କ ସୃଷ୍ଠି କଲାଣି ନୂଆ କୋଭିଡ ଭାରିଆଣ୍ଟ ‘କେପି ଡଟ୍ ଥ୍ରୀ’ । ଗତ କିଛି ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢ଼ିବା ସହ ଜାପାନରେ ଏହା ୧୧ତମ ଲହର ବୋଲି କହିଛନ୍ତି ବିଶେଷଜ୍ଞ । ନୂଆ ଭାରିଆଣ୍ଟରେ ସଂକ୍ରମିତଙ୍କ ନିକଟରେ ପ୍ରକାଶ ପାଉଛି ସମାନ ଲକ୍ଷଣ । ତେବେ ଏବେସୁଦ୍ଧା କୌଣସି ମୃତ୍ୟୁ ସୂଚନା ନମିଳିଥିଲେ ମଧ୍ଯ ହାସପାତାଳରେ ବଢୁଛି ରୋଗୀଙ୍କ ସଂଖ୍ୟା ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ଭାରିଆଣ୍ଟ। ଭାରତରେ ମଧ୍ୟ ବ୍ୟାପିବାର ରହିଛି ସମ୍ଭାବନା । ସେପଟେ ଆମେରିକାରେ ମଧ୍ୟ ନୂଆ ଭୂତାଣୁ ଭୟ ସୃଷ୍ଟି କରୁଥିବା ମିଳିଛି ସୂଚନା।
What's Your Reaction?