ସଂରକ୍ଷଣ ବିରୋଧୀ ଆନ୍ଦୋଳନ: ସଂଘର୍ଷରେ ଗଲାଣି ୧୩୦ ଜୀବନ

Jul 21, 2024 - 15:24
 0  1
ସଂରକ୍ଷଣ ବିରୋଧୀ ଆନ୍ଦୋଳନ: ସଂଘର୍ଷରେ ଗଲାଣି ୧୩୦ ଜୀବନ

ହିଂସାତ୍ମକ ହେଉଛି ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ । ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଇତିମଧ୍ୟରେ ୧୩୦ ଜଣଙ୍କ ଜୀବନ ଯିବା ସହ ଆହତ ହେଲେଣି ବହୁସଂଖ୍ୟକ ଲୋକ। ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ବାଂଲାଦେଶର ସରକାରୀ ଗଣମାଧ୍ୟମ ବି-ଟିଭି କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କୋଠାରେ ପୋଡ଼ାଜଳା ଜାରି ରଖିଥିବାରୁ ସେମାନଙ୍କୁ ଦେଖିଲାମାତ୍ରେ ଗୁଳି ନିର୍ଦ୍ଦେଶ ସମେତ କର୍ଫ୍ୟୁ ଆଇନକୁ କଡ଼ାକଡ଼ି ଲାଗୁ କରିଛି ବାଂଲାଦେଶ ପୋଲିସ।ସେପଟେ ବାଂଲାଦେଶରୁ ଫେରୁଛନ୍ତି ଭାରତୀୟ । ଆଜି ସ୍ୱଦେଶ ଫେରିଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ୯୭୮ ଭାରତୀୟ  ।ଏଥିସହ ଏଠାରେ ରହୁଥିବା ଭାରତୀୟଙ୍କ ପାଇଁ ବୈଦେଶିକମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଆଡଭାଇଜରୀ ।

What's Your Reaction?

like

dislike

love

funny

angry

sad

wow