ପାକିସ୍ତାନକୁ ମହଙ୍ଗା ପଡ଼ିଲା ସାଉଦି ଆରବ ସହ ବନ୍ଧୁତା

Feb 4, 2026 - 16:06
 0  4
ପାକିସ୍ତାନକୁ ମହଙ୍ଗା ପଡ଼ିଲା ସାଉଦି ଆରବ ସହ ବନ୍ଧୁତା

ସାଉଦି ଆରବ ସହ ବନ୍ଧୁତା ପାକିସ୍ତାନକୁ ପଡ଼ିଲା ମହଙ୍ଗା।ସାଉଦି ଆରବ ବଳରେ ନିଜକୁ ବଳବାନ ଚିନ୍ତାଧାରା ନେଇ ସାଉଦି ଆରବ ସହ ସମ୍ପର୍କ ବାନ୍ଧିଥିଲା ପାକିସ୍ତାନ, କିନ୍ତୁ ଏହି ବନ୍ଧୁତା ପାକିସ୍ତାନ ପାଇଁ ହୋଇଛି ମହଙ୍ଗା ସାବ୍ୟସ୍ଥ ।ୟୁନାଟେଡ୍ ଆରବ ଏମିରେଟ୍ସ ବା ୟୁଏଇଠୁ ପାକିସ୍ତାନ ନେଇଥିବା ଋଣ ଜଥାଶୀଘ୍ର ପରିଶୋଧ କରିବା ପାଇଁ ସିଧା ସିଧା ଶୁଣାଇ ଦେଇଛି ୟୁଏଇ ।ୟୁଏଇ ଦୁଇଟି କିସ୍ତିରେ ପାକିସ୍ତାନକୁ ପ୍ରଦାନ କରିଥିଲା  ୨ ବିଲିୟନ ଡଲାର ଋଣ। ଏହି ଋଣ ସୁଝିବାର ଶେଷ ତାରିଖ ଥିଲା ଜାନୁଆରି ୧୬ ଓ ୨୨ ତାରିଖ । କିନ୍ତୁ ଏହି ସମୟସୀମା ମଧ୍ୟରେ ଋଣ ପରିଶୋଧ କରିନପାରିବାରୁ ପାକିସ୍ତାନକୁ ଆଉ ୩୦ଦିନର ମହଲତ ଦେଇଛି ୟୁଏଇ । ତଥାପି ଆହୁରି ସମୟ ଚାହୁଁଛି ଏବଂ ସୁଧ ହାର କମାଇବା ପାଇଁ ଗୁହାରି କରୁଛି ପାକିସ୍ତାନ ।

What's Your Reaction?

like

dislike

love

funny

angry

sad

wow