ଇରାନ ଆଡକୁ ଆଉ ଏକ ସାମରିକ ନୌବାହିନୀ ପଠାଇଲା ଆମେରିକା
ପୁଣିଥରେ ଇରାନ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଦାବି କରିଛନ୍ତି ଯେ ,ଇରାନ ଆଡକୁ ଯାଉଛି ଏକ ବିଶାଳ ଆମେରିକୀୟ ନୌସେନା ନୌବାହିନୀ। ଏହି ବିବୃତ୍ତି ବିଶ୍ୱ ଯୁଦ୍ଧର ସମ୍ଭାବନା ବିଷୟରେ ସୃଷ୍ଟି କରିଛି ଚିନ୍ତା। ଟ୍ରମ୍ପ ଆୟୋୱାର କ୍ଲାଇଭରେ ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧିତ କରିବା ସମୟରେ ବିବୃତ୍ତି ଦେଇ କହିଥିଲେ ଯେ ,ବର୍ତ୍ତମାନ ଇରାନ ଆଡକୁ ଯାଉଛି ଏକ “ସୁନ୍ଦର ଆର୍ମଡା”। ତେଣୁ ଇରାନ ବୁଝାମଣା କରିଦେଉ। “ଯଦି ଇରାନ ପୂର୍ବରୁ ମଧ୍ଯ ବୁଝାମଣା କରିଦେଇଥାନ୍ତା, ତେବେ ଆଜି ଏହାର ପରିସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି କହିଛନ୍ତି ଟ୍ରମ୍ପ।
What's Your Reaction?