ବ୍ୟାଙ୍କ ଧର୍ମଘଟ ପାଇଁ ୧୦ ହଜାର କୋଟିର କାରବାର ଠପ୍
ବ୍ୟାଙ୍କ ଧର୍ମଘଟରୁ ଠପ୍ ହେଲା ୧୦ ହଜାର କୋଟିର କାରବାର। ମଙ୍ଗଳବାର ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଦେଖିବାକୁ ମିଳିଥିଲା ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟର ପ୍ରଭାବ । ବ୍ୟାଙ୍କ ଶାଖାଗୁଡ଼ିକ ସାମ୍ନାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କର୍ମଚାରୀ। ଏହି ଧର୍ମଘଟ ଦ୍ବାରା ସାରା ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ହୋଇଛି ପ୍ରଭାବିତ ।ସେହପରି ହୋଇପାରି ନାହିଁ ଚେକ୍ କ୍ଲିୟରିଂ ଓ ନଗଦ କାରବାର।ସୂଚନାଯୋଗ୍ୟ ଯେ, ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ ବ୍ୟାଙ୍କ କର୍ମଚାରୀ।
What's Your Reaction?