ମୁରାସୁ ପ୍ରଭାବରେ ଓଡ଼ିଶାରେ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Nov 2, 2026 - 14:30
ମୁରାସୁ ପ୍ରଭାବରେ ଓଡ଼ିଶାରେ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବାତ୍ୟା ମୁରାସୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ଆଗାମୀ ୪ ଦିନ ବର୍ଷା ଆଶଙ୍କା ଥିବାବେଳେ ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ଆସନ୍ତାକାଲି ଓ ୪ ତାରିଖରେ ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। 

ବାତ୍ୟା ‘ମୁରାସୁ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଆଗାମୀ ୪ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଆଜି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର । ଏହି ସମୟରେ ପ୍ରବଳ ବର୍ଷା ସହ ପବନ ଓ ବଜ୍ରପାତର ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । 

ସେହିପରି ଆସନ୍ତାକାଲି ଓ ୪ ତାରିଖରେ ୬ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ କନ୍ଧମାଳ । ଏହାବ୍ୟତୀତ ଦୁଇ ଦିନ ପାଇଁ ଅନ୍ୟ ୧୪ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି । 

ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଜଳ ଜମିବା, ରାସ୍ତାଘାଟରେ ଯାତାୟାତ ସମସ୍ୟା ଓ ବଜ୍ରପାତ ଭଳି ବିପଦ ପ୍ରତି ସତର୍କ ରହିବା ଆବଶ୍ୟକ । ପାଣିପାଗ ବିଭାଗର ସଦ୍ୟତମ ସୂଚନା ଓ ସ୍ଥାନୀୟ ପ୍ରଶାସନର ପରାମର୍ଶ ଅନୁସରଣ କରିବାକୁ କୁହାଯାଇଛି । 

What's Your Reaction?

like

dislike

love

funny

angry

sad

wow