ବାତ୍ୟା ମୁକାବିଲା ନେଇ ସରକାରଙ୍କ ତତ୍ପରତା, ଏସ୍ଆର୍ସି କାର୍ଯ୍ୟାଳୟରେ ରାଜସ୍ୱ ମନ୍ତ୍ରୀ
ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ଅତି ଭୀଷଣ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍ଥିତିର ସମୀକ୍ଷା ପାଇଁ ଏସ୍ଆର୍ସି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାଜସ୍ୱ ମନ୍ତ୍ରୀ ।
ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ଅତି ଭୀଷଣ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍ଥିତିର ସମୀକ୍ଷା ପାଇଁ ଏସ୍ଆର୍ସି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାଜସ୍ୱ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମଧ୍ୟ ଏଠାରେ ପହଞ୍ଚି ବାତ୍ୟାର ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ ।
ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଜାରି ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣିପାଗର ପରିବର୍ତ୍ତିତ ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ବାତ୍ୟାର ପ୍ରଭାବରେ ଯେପରି ଜନଜୀବନ ପ୍ରଭାବିତ ନହୁଏ, ସେଥିପାଇଁ ଜରୁରୀକାଳୀନ ପଦକ୍ଷେପ ଓ ପ୍ରସ୍ତୁତିର ସମୀକ୍ଷା କରାଯାଉଛି ।
ଅନ୍ୟପଟେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ରହିଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ । ପାଣିପାଗ ବିଭାଗର ଭୋର ୨ଟା ୩୦ର ବୁଲେଟିନ୍ ଅନୁସାରେ, ବାତ୍ୟାର କେନ୍ଦ୍ର ନରସାପୁରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ରହିଥିଲା । ଆଗାମୀ ୩ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ଏବଂ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିବାର ଆକଳନ କରାଯାଇଥିଲା ।
ଏଭଳି ସ୍ଥିତିରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଉପରେ ନଜର ରଖାଯାଇଛି । ଲୋକଙ୍କୁ ସତର୍କ ରହିବା, ଅତ୍ୟାବଶ୍ୟକ ନଥିଲେ ବାହାରକୁ ନଯିବା ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଉଛି ।
What's Your Reaction?