ଏମିତି ସେକୁଛନ୍ତି କି ରୁଟି? ରୋଗ ଛାଡ଼ିବନି ଶରୀର,ହସ୍ପିଟାଲ୍ ପାଲଟିଯିବ ଘର !
ଗ୍ୟାସ୍ ଜାଳରେ ସିଧା ରୁଟି ସେକିବା ପଛରେ ଲୁଚି ରହିଛି ବଡ଼ ବିପଦ ! ଏହି ଗୋଟିଏ ଅଭ୍ୟାସ ଶରୀରରେ ବିଷାକ୍ତ କେମିକାଲ୍ ସୃଷ୍ଟି କରିପାରେ ! କିଛି ଲୋକ ରୁଟି ଖାଇବାକୁ ଭାରି ପସନ୍ଦ କରନ୍ତି । ରୁଟିର ଉପକାରିତା ବି ଅନେକ ।
ଆପଣ ପ୍ରତିଦିନ ଖାଉଥିବା ଗରମ ଗରମ ରୁଟି ଆପଣଙ୍କୁ ଅଜାଣତରେ ରୋଗୀ କରୁନି ତ? ଗ୍ୟାସ୍ ଜାଳରେ ସିଧା ରୁଟି ସେକିବା ପଛରେ ଲୁଚି ରହିଛି ବଡ଼ ବିପଦ ! ଏହି ଗୋଟିଏ ଅଭ୍ୟାସ ଶରୀରରେ ବିଷାକ୍ତ କେମିକାଲ୍ ସୃଷ୍ଟି କରିପାରେ ! କିଛି ଲୋକ ରୁଟି ଖାଇବାକୁ ଭାରି ପସନ୍ଦ କରନ୍ତି । ରୁଟିର ଉପକାରିତା ବି ଅନେକ । ଏହା ସ୍ବାସ୍ଥ୍ୟ ପାଇଁ ଭାରି ହିତକର । କିନ୍ତୁ ରୁଟିକୁ ଆପଣ କେମିତି ରୋଷେଇ କରୁଛନ୍ତି ଏହା ଉପରେ ନିର୍ଭର କରେ ରୁଟିର ଗୁଣବତ୍ତା । କାରଣ କିଛି ଲୋକ ରୁଟିକୁ ତାୱା ବଦଳରେ ସିଧା ଗ୍ୟାସ୍ ଉପରେ ହିଁ ସେକିବା ଆରମ୍ଭ କରିଦିଅନ୍ତି । ଯାହା ସ୍ବାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ । ଯେହେତୁ ଗ୍ୟାସ୍ ଉପରେ ରୁଟିକୁ ସେକିଲେ ଏହା ଫୁଲିବା ସହ ଖାଇବାକୁ ଭଲ ଲାଗିଥାଏ ତେଣୁ ଲୋକ ନିଜ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ବଦଳରେ ପାଟି ସୁଆଦକୁ ଅଧିକ ଦେଖିଥା’ନ୍ତି । ଗ୍ୟାସ୍ ଉପରେ ସେକା ରୁଟିକୁ ପରିବାର ଅଧିକ ଖାଉଥିବା ଦେଖି ଘରର ଗୃହିଣୀ ମଧ୍ୟ ଏହି ପଦ୍ଧତିକୁ ଆପଣାଇଥା’ନ୍ତି । କିନ୍ତୁ ସ୍ବାଦ ସ୍ବାସ୍ଥ୍ୟ ଉପରେ କେତେ ପ୍ରଭାବ ପକାଏ ତାହା ସେମାନେ ଜାଣିପାରନ୍ତି ନାହିଁ । ସିଧା ଗ୍ୟାସ୍ ନିଆଁ ଉପରେ ସେକା ରୁଟି ପୂରା ପରିବାରକୁ ହସ୍ପିଟାଲରେ ପହଞ୍ଚାଇପାରେ ।
ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଏହି ଉପାୟରେ ରୁଟି ସେକିବା ଦ୍ବାରା ବାୟୁ ପ୍ରଦୂଷକ ନିର୍ଗତ ହୁଏ ଯାହାକୁ WHO କ୍ଷତିକାରକ ବୋଲି କହିଛି । ଏହି ପ୍ରଦୂଷକଗୁଡ଼ିକ ମଧ୍ୟରେ କାର୍ବନ ମନୋକ୍ସାଇଡ୍ ଏବଂ ନାଇେଟ୍ରୋଜେନ୍ ଡାଇଅକ୍ସାଇଡ୍ ଅନ୍ତର୍ଭୁକ୍ତ । ଫୁଡ୍ ଷ୍ଟାଣ୍ଡାର୍ଡସ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ବୈଜ୍ଞାନିକ ଡକ୍ଟର ପଲ୍ ବ୍ରେଣ୍ଟଙ୍କ ଦ୍ୱାରା ପ୍ରକାଶିତ ଗବେଷଣାରେ କୁହାଯାଇଛି ଯେ ସିଧାସଳଖ ଗ୍ୟାସର ନିଆଁରେ ରୁଟି ସେକିବା ଦ୍ବାରା କର୍କଟ ରୋଗ ସୃଷ୍ଟି ହୋଇପାରେ ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଶ୍ୱାସକ୍ରିୟା ରୋଗ ହୃଦ୍ରୋଗ ଏବଂ କର୍କଟ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡ଼ିତ ।
What's Your Reaction?