ଲାଞ୍ଚ ନେବା ମହଙ୍ଗା ପଡ଼ିଲା; ଧରାପଡ଼ିଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

Nov 6, 2026 - 17:23
ଲାଞ୍ଚ ନେବା ମହଙ୍ଗା ପଡ଼ିଲା; ଧରାପଡ଼ିଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ଜମି କବଲା ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର ଓଆର୍‌ଏସ୍‌ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ଜଣେ ଜମି କ୍ରେତାଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। 

ଜମି କବଲା ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ୱରଜିଲ୍ଲା ବାଲିଆପାଳର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର ଓଆର୍‌ଏସ୍‌ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ଜଣେ ଜମି କ୍ରେତାଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ସମସ୍ତ ୭ ହଜାର ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ୦.୧୪ ଡେସିମିଲ ଜମିର କବଲା ପଞ୍ଜୀକରଣ ପାଇଁ ସବ୍‌ରେଜିଷ୍ଟ୍ରାରଙ୍କ ନିକଟକୁ ଯାଇଥିଲେ। ଉକ୍ତ ଜମିର କିସମ ‘ବଜ୍ୟାପ୍ତି ସ୍ଥିତିବାନ’ ଭାବେ ରେକର୍ଡ ହୋଇଥିଲେ ମଧ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଏହାକୁ ସ୍ଥିତିବାନ ଜମି ଭାବେ ବିବେଚନା କରି ପଞ୍ଜୀକରଣ କରାଯାଇପାରିବ। ଏ ସମ୍ପର୍କରେ ଜମି କ୍ରେତା ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାର ତାହାକୁ ଗୁରୁତ୍ୱ ଦେଇ ନ ଥିଲେ।

ଏହା ବଦଳରେ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣ ୭ ହଜାର ଟଙ୍କାକୁ କମାଇ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ଜମି କ୍ରେତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଆଜି ଭିଜିଲାନ୍ସ ଟିମ୍‌ ତାଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଧରିଥିଲା।

‘ବଜ୍ୟାପ୍ତି ସ୍ଥିତିବାନ’ ଜମିର କବଲା ପଞ୍ଜୀକରଣ ପାଇଁ ମାଗିଥିଲେ ଲାଞ୍ଚ 

ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଉଦ୍ଦେଶ୍ୟରେ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ୨୬/୨୦୨୬ ନମ୍ବରରେ ମାମଲା ରୁଜୁ ହେବା ସହ ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗଦେଇଥିବା ବେଳେ ବର୍ତ୍ତମାନ ବାଲିଆପାଳରେ ପ୍ରୋବେସନ୍‌ରେ ସବ୍‌ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ। ଘଟଣାର ତଦନ୍ତ ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow