ମା’ କୋଳକୁ ଫେରିଲା ଉଦ୍ଧାର ଶିଶୁପୁତ୍ର

Apr 15, 2025 - 16:11
 0  4
 ମା’ କୋଳକୁ ଫେରିଲା ଉଦ୍ଧାର ଶିଶୁପୁତ୍ର

 ମା’ କୋଳକୁ ଫେରିଲା ଉଦ୍ଧାର ଶିଶୁପୁତ୍ର। ଶିଶୁକୁ ଫେରି ’ ଭାବବିହ୍ଵଳ ହୋଇପଡ଼ିଥିଲେ ମା ଜୟନ୍ତୀ ମଲ୍ଲିକ। ଚୋରି ଶିଶୁପୁତ୍ରକୁ ବାଲେଶ୍ଵରରୁ ଉଦ୍ଧାର କରିଥିଲା ଭୁବନେଶ୍ଵର କମିଶନରେଟ ପୋଲିସ ।  ଜେଲମ ରାଣୀ ପଣ୍ଡା ନାମକ ମହିଳାଙ୍କ ନିକଟରୁ ଶିଶୁଟିକୁ କରାଯାଇଛି ଉଦ୍ଧାର ।  ବାଲେଶ୍ୱର ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗରୁ ଶିଶୁ ଉଦ୍ଧାର ସହିତ ମହିଳାଙ୍କୁ ସକାଳେ ଉଠାଇ ଆଣିଥିଲା ୬ ଜଣିଆ ଦଳ।  କିନ୍ତୁ  ଫେରାର ହୋଇଯାଇଛି ପିଲା ଚୋରି କରିଥିବା ଯୁବକ । ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ର ଚୋରି ନେଇ କରାଯାଉଛି ସନ୍ଦେହ । ସେପଟେ ସାମ୍ନାକୁ ଆସିଛି ପିଲା ଚୋରି ବେଳର ସିସିଟିଭି । ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଦ୍ଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି । ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ ।  ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

What's Your Reaction?

like

dislike

love

funny

angry

sad

wow