‘ହାସପାତଳରୁ ଶିଶୁ ଚୋରି ହେଲେ ଲାଇସେନ୍ସ ହେବ ବାତିଲ’

Apr 15, 2025 - 16:13
 0  7
‘ହାସପାତଳରୁ ଶିଶୁ ଚୋରି ହେଲେ ଲାଇସେନ୍ସ ହେବ ବାତିଲ’

‘ହାସପାତଳରୁ ଶିଶୁ ଚୋରି ହେଲେ ଲାଇସେନ୍ସ ହେବ ବାତିଲ’। ଦିଲ୍ଲୀ-ଏନସିଆରରେ ନବଜାତ ଶିଶୁ ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ ଘଟଣାର ବିଚାର କରି ଏହି ମନ୍ତବ୍ୟ ଦେଇଛନ୍ତି ସର୍ବୋଚ୍ଚଅଦାଲତ। ୟୁପିରୁ ପିଲା ଚାଲାଣ ମାମଲାରେ ତାଙ୍କ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଦିଲ୍ଲୀରେ ଧରାପଡ଼ିଥିବା ଗ୍ୟାଙ୍ଗ ଘଟଣାର କରିଥିଲେ ଉଲ୍ଲେଖ। ଅଦାଲତ କହିଛନ୍ତି ଯେ ,ଦିଲ୍ଲୀ ଗ୍ୟାଙ୍ଗର ପର୍ଦ୍ଦାଫାଶ ବଡ ଆଶ୍ଚର୍ଯ୍ୟଜନକ । ଏଥିପାଇଁ ଅଦାଲତରର ହସ୍ତକ୍ଷେପ ଆବଶ୍ୟକ।ଦିଲ୍ଲୀ ପୋଲିସଠାରୁ ଘଟଣା ସଂପର୍କରେ ଷ୍ଟାଟସ ରିପୋର୍ଟ ବି ମାଗିଛନ୍ତି ଅଦାଲତ। ଦିଲ୍ଲୀ ଭିତରେ ଏବଂ ବାହାରେ ସକ୍ରିୟ ଥିବା ଏପରି ପିଲା ଚୋରି ଗ୍ୟାଙ୍ଗଙ୍କୁ ସାବାଡ କରିବାକୁ ପୋଲିସକଣ ପଦକ୍ଷେପ ନେଉଛି ବୋଲି କରିଛନ୍ତି  ପ୍ରଶ୍ନ। ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୧ରେ ହେବ ବୋଲି ସ୍ୱତଃସ୍ପୃତ୍ତ ଭାବେ କହିଛନ୍ତି ଅଦାଲତ ।

What's Your Reaction?

like

dislike

love

funny

angry

sad

wow