ପୂଜାର୍ଚ୍ଚନା ପରେ ବନ୍ଦ ହେଲା କେଦାରନାଥ ପୀଠ
ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜିଠାରୁ ୬ ମାସ ପାଇଁ ବନ୍ଦ ହୋଇଛି ପ୍ରସିଦ୍ଧ କେଦାରନାଥ ପୀଠ। ପ୍ରତିବର୍ଷ ଭାଇ ଦୁଜ ଦିନରେ ହିଁ କେଦାରନାଥଙ୍କ ପୀଠକୁ ବନ୍ଦ କରାଯାଏ । ଏହି ସମୟରେ କେଦାରନାଥ ପୀଠରେ ପୂଜା ପାଉଥିବା ପଞ୍ଚମୁଖି ମୂର୍ତ୍ତିର ଚଳନ୍ତି ପ୍ରତିମାକୁ ଦୋଳିରେ ବିରାଜମାନ କରାଯାଇ ନିଆ ଯାଇଥାଏ ଓଁକାରେଶ୍ୱର ମନ୍ଦିର । ଆସନ୍ତା ୫ ତାରିଖରେ ଓଁକାରେଶ୍ୱର ମନ୍ଦିରରେ ବିରାଜମାନ ହେବେ ପ୍ରଭୁ କେଦାରନାଥ । ଏହାପରେ ପୂରା ଶୀତ ଦିନରେ ସେଠାରେ ହିଁ ଭକ୍ତମାନେ କରିପାରିବେ ବାବା କେଦାରନାଥଙ୍କ ଦର୍ଶନ । ଚଳିତ ବର୍ଷ ବାବା କେଦାରନାଥଙ୍କ ଦର୍ଶନ ନିମନ୍ତେ ୧୬ ଲକ୍ଷରୁ ଅଧିକ ଯାତ୍ରୀଙ୍କ ହୋଇଥିଲା ଆଗମନ । ଏହା ପୂର୍ବରୁ ଶନିବାର ଗଙ୍ଗୋତ୍ରୀ ଧାମ ବନ୍ଦ ହୋଇଥିବା ବେଳେ ରବିବାର କେଦାରନାଥ ଧାମ କବା ବନ୍ଦ ହୋଇଛି। ଏହାପରେ ସୋମବାର ବଦ୍ରିନାଥ ବନ୍ଦ ହେବ ବୋଲି ମିଳିଛି ସୂଚନା ।
What's Your Reaction?