Price Hike: ମଦର ଡେରି କ୍ଷୀର ୪ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା

Nov 11, 2026 - 14:27
Price Hike: ମଦର ଡେରି କ୍ଷୀର ୪ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା

ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦନ ଓ ବିକ୍ରି କମ୍ପାନି ମଦର ଡେରି କ୍ଷୀର ଦର ବୃଦ୍ଧି କରିଛି। କମ୍ପାନି କ୍ଷୀର ଲିଟର ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ନୂଆ ଦର ଆସନ୍ତାକାଲିଠାରୁ ଲାଗୁ ହେବ। କ୍ଷୀର ସଂଗ୍ରହ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ କମ୍ପାନି ଦର ବଢ଼ାଇଥଛି। 

 ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦନ ଓ ବିକ୍ରି କମ୍ପାନି ମଦର ଡେରି କ୍ଷୀର ଦର ବୃଦ୍ଧି କରିଛି। କମ୍ପାନି କ୍ଷୀର ଲିଟର ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ନୂଆ ଦର ଆସନ୍ତାକାଲିଠାରୁ ଲାଗୁ ହେବ। କ୍ଷୀର ସଂଗ୍ରହ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ କମ୍ପାନି ଦର ବଢ଼ାଇଥଛି। କମ୍ପାନି ନିଜର କ୍ଷୀର ବିକ୍ରିରୁ ମିଳୁଥିବା ଅର୍ଥର ପ୍ରାୟ ୭୫ରୁ ୮୦% ଚାଷୀଙ୍କୁ ପ୍ରଦାନ କରିଥାଏ

ଦର ୬୦ ଟଙ୍କାରୁ ବଢ଼ି ୬୨ ହୋଇଛି
ନୂଆ ଦର ଅନୁଯାୟୀ, ଫୁଲ୍‌ କ୍ରିମ୍‌ କ୍ଷୀର ଲିଟର ପିଛା ୭୨ ଟଙ୍କାରୁ ବଢ଼ି ୭୬ ଟଙ୍କା ହୋଇଛି। ପ୍ୟାକେଟ୍‌ ଟୋନ୍‌ଡ କ୍ଷୀର ଦର ୬୦ ଟଙ୍କାରୁ ବଢ଼ି ୬୨ ଟଙ୍କା ହୋଇଛି। ସେହିପରି ବଲ୍‌କ ଟୋନ୍‌ଡ କ୍ଷୀର ଲିଟର ପିଛା ୫୮ ଟଙ୍କାରୁ ୬୦ ଟଙ୍କା ହୋଇଛି। ଡବଲ୍‌ ଟୋନ୍‌ଡ କ୍ଷୀର ଦର ୫୪ ଟଙ୍କାରୁ ବଢ଼ି ୫୬ ଟଙ୍କା ହୋଇଥିବାବେଳେ ଗାଈ କ୍ଷୀର ଦର ୬୨ ଟଙ୍କାରୁ ବଢ଼ି ୬୫ ଟଙ୍କା ହୋଇଛି। ଏହି ଦରବୃଦ୍ଧି ଦିଲ୍ଲୀ-ଏନ୍‌ସିଆର୍‌ ବଜାର ପାଇଁ ଲାଗୁ କରାଯାଇଛି। ଦେଶବ୍ୟାପୀ କମ୍ପାନିର ଦୈନିକ କ୍ଷୀର ବିକ୍ରି ୫୦ ଲକ୍ଷ ଲିଟରରୁ ଅଧିକ ରହିଛି। ଗତ ମେ'' ୧୪ରେ କମ୍ପାନି ଶେଷଥର ପାଇଁ କ୍ଷୀର ଦର ବଢ଼ାଇଥିଲା।

What's Your Reaction?

like

dislike

love

funny

angry

sad

wow