କଲିକତାରେ ମିଳିବ ୫ଟଙ୍କାରେ ଭାତ-ମାଛ

May 26, 2026 - 17:42
 0  1
କଲିକତାରେ ମିଳିବ ୫ଟଙ୍କାରେ ଭାତ-ମାଛ

ଏଣିକି କଲିକତାରେ ମିଳିବ ୫ ଟଙ୍କାରେ ଭାତ-ମାଛ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରାଜ୍ୟର ଥିବା ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନରେ ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି । କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ଅଧିକାରୀ କହିଛନ୍ତି ଯେ, ସବସିଡିଯୁକ୍ତ ଖାଦ୍ୟ ପୁରା ପଶ୍ଚିମବଙ୍ଗରେ ସ୍ଥାପିତ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦିଷ୍ଟ କ୍ୟାଣ୍ଟିନ ମାଧ୍ୟମରେ ଯୋଗାଇ ଦିଆଯିବ । ପଶ୍ଚିମବଙ୍ଗରେ ମମତା ସରକାର ସମୟରେ କ୍ୟାଣ୍ଟିନ ହୋଇଥିଲା । ଏଠାରେ ୫ ଟଙ୍କା ଅଣ୍ଡା-ଭାତ ମିଳୁଥିଲା । କିନ୍ତୁ ଏବେ ଶ୍ରମିକ ଠାରୁ ଆରମ୍ଭ କରି ଅଟୋ ରିକ୍ସା ଚଲାଉଥିବା ଲୋକ ମଧ୍ୟ ୫ ଟଙ୍କାରେ ଭାତ-ମାଛ ଖାଇପାରିବ । 

What's Your Reaction?

like

dislike

love

funny

angry

sad

wow