ତ୍ୱିଶାଙ୍କ ଶାଶୁଙ୍କୁ ବାନ୍ଧିଲା ସିବିଆଇ

May 28, 2026 - 17:24
 0  1
ତ୍ୱିଶାଙ୍କ ଶାଶୁଙ୍କୁ ବାନ୍ଧିଲା ସିବିଆଇ

ବହୁଚର୍ଚ୍ଚିତ ତ୍ୱିଶା ଶର୍ମାଙ୍କ ମୃତ୍ୟୁ ଘଟଣାରେ ଶାଶୁଙ୍କୁ ସିବିଆଇ ଗିରଫ କରିଛି  ।  କିଛି ଦିନ ଧରି ତ୍ଵିଶାଙ୍କ ଅବସରପ୍ରାପ୍ତ ବିଚାରପତି ଶାଶୂ ଗିରିବାଳା ସିଂହ ଆଗୁଆ ଜାମିନ କରିଥିଲେ । ତେବେ ହାଇକୋର୍ଟ ପ୍ରଥମେ ତାଙ୍କ ଆଗୁଆ ଜାମିନକୁ ରଦ୍ଦ କରିଥିଲେ, ଆଉ ଏବେ ଗିରିବାଳାଙ୍କୁ ବାନ୍ଧିଛି ସିବିଆଇ । ଆଗୁଆ ଜାମିନ ରଦ୍ଦ ହେବାପରେ ସିବିଆଇ ତଦନ୍ତ ପ୍ରକ୍ରିୟାକୁ ତ୍ଵରାନ୍ବିତ କରି ଗିରିବାଳାଙ୍କୁ ତାଙ୍କ ଭୋାପାଳ କଟାରା ହିଲ୍ସ ସ୍ଥିତ ବାସଭବନରେ ଅନେକ ସମୟ ଧରି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛି । ସିବିଆଇର ଏକ ସ୍ଵତନ୍ତ୍ର ଟିମ ସକାଳ ପ୍ରାୟ ୧୦.୩୦ଟାରେ ଗିରିବାଳା ସିଂହଙ୍କ ଘରେ ପହଞ୍ଚିଥିଲା । ଏହାପରେ ଅନେକ ସମୟ ଧରି ତାଙ୍କୁ ପଚରାଉଚରା କରିଥିଲା । ସିବିଆଇ ଅଧିକାରୀମାନେ ଘରର ଏକ କୋଠରୀରେ ତାଙ୍କୁ ପଚରାଉଚରା କରିଥିଲେ । ଯାଞ୍ଚ ସମୟରେ ଏଜେନ୍ସି ଅତ୍ୟାଧୁନିକ କ୍ୟାମେରା ବ୍ୟବହାର କରି ପୂରା ଘର ଓ ଆଖପାଖ ଅଞ୍ଚଳକୁ ୩୬୦ ଡିଗ୍ରୀରେ ରେକର୍ଡିଂ କରିଥିଲେ । ଏହାସହିତ ଘଟଣାସ୍ଥଳ ଆଖପାଖ ଘରର କୌଣସି ଛାତ କିମ୍ବା ବାଲକୋନିରୁ ଦିଶୁଥିଲା ନା ନାହିଁ ତାହା ଯାଞ୍ଚ କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow