କାନପୁର କୋଟିପତି ହତ୍ୟାକାଣ୍ଡ ସ୍ବୀକାର କଲା ପୁଅ : ହତ୍ୟାକାଣ୍ଡ ନେଇ ଦେଇଥିଲା ଦୋଷ

Sep 25, 2026 - 13:00
କାନପୁର କୋଟିପତି ହତ୍ୟାକାଣ୍ଡ ସ୍ବୀକାର କଲା ପୁଅ : ହତ୍ୟାକାଣ୍ଡ ନେଇ ଦେଇଥିଲା ଦୋଷ

କାନପୁରର ଔଷଧ ବ୍ୟବସାୟୀ ବିନୀତ ମିନୋଚାଙ୍କ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଘଟଣା ଏବେ ନୂଆ ମୋଡ଼ ନେଇଛି । ହତ୍ୟାକାଣ୍ଡ ପଛରେ ବୋହୂର ହାତ ଥିବା ପ୍ରଥମେ ସନ୍ଦେହ କରାଯାଉଥିଲା 

କାନପୁରର ଔଷଧ ବ୍ୟବସାୟୀ ବିନୀତ ମିନୋଚାଙ୍କ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଘଟଣା ଏବେ ନୂଆ ମୋଡ଼ ନେଇଛି। ହତ୍ୟାକାଣ୍ଡ ପଛରେ ବୋହୂର ହାତ ଥିବା ପ୍ରଥମେ ସନ୍ଦେହ କରାଯାଉଥିଲା। ତେବେ ମିନୋଚାଙ୍କ ପୁଅ ସୁବ୍ରତ ମିନୋଚା ବୁଧବାର ପୁଲିସ ନିକଟରେ ସ୍ୱୀକାର କରିଛି ଯେ, ସେ ତାଙ୍କ କୋଟିପତି ପିତାଙ୍କୁ ହତ୍ୟା ପାଇଁ ଦାୟୀ ଓ ପତ୍ନୀ ଶାଲୁ ମିନୋଚାଙ୍କର ଏହି ଅପରାଧରେ କୌଣସି ଭୂମିକା ନାହିଁ।
ହତ୍ୟାକାଣ୍ଡ ନେଇ ଦେଇଥିଲା ଦୋଷ

ସୁବ୍ରତ ବାପାଙ୍କୁ ହତ୍ୟା କରିବାକୁ ଯେଉଁ ବ୍ୟକ୍ତିଙ୍କୁ ନିଯୁକ୍ତି କରିଥିଲା ସେ ଶାଲୁଙ୍କୁ ପ୍ରଥମେ ହତ୍ୟାକାଣ୍ଡ ନେଇ ଦୋଷ ଦେଇଥିଲା। ତେବେ ପରେ ସେ ନିଜ ବୟାନ ପ୍ରତ୍ୟାହାର କରିନେଇଥିଲା। ହତ୍ୟାକାରୀ ପୁଲିସ ନିକଟରେ ସ୍ବୀକାର କରିଛି ଯେ, ସୁବ୍ରତ ତାଙ୍କୁ ବିନୀତ ମିନୋଚାଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ କହିଥିଲା ଯେ, ଯଦି ସେ ଧରାପଡ଼ନ୍ତି ତାହାହେଲେ ତାଙ୍କ ସ୍ତ୍ରୀ ଶାଲୁଙ୍କ ନାଁ ପୁଲିସ ଆଗରେ କହିବେ। 

ସୁବ୍ରତଙ୍କୁ ବୁଧବାର ଅଟକ ରଖାଯାଇଥିଲା। ସୁବ୍ରତଙ୍କୁ ଶାଲୁ ଓ ବିନୀତ ମିନୋଚାଙ୍କୁ ଛୁରିଭୁସି ହତ୍ୟା କରିଥିବା ସେମାନଙ୍କ ପୂର୍ବତନ କର୍ମଚାରୀ ବିଶାଳ ଗୌତମ ସହିତ ଏକାସାଙ୍ଗରେ ଜେରା କରାଯାଇଥିଲା। ତେବେ ପୁଲିସ ଶାଲୁଙ୍କୁ କ୍ଲିନ୍‌ଚିଟ୍‌ ଦେଇନାହିଁ ଓ ତାଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ କରୁଛି। ୬୦ ବର୍ଷୀୟ ବିନୀତଙ୍କୁ ହତ୍ୟା କରିବାକୁ ସାଲୁ ହତ୍ୟାକାରୀ ଭଡ଼ାରେ ଆଣିଥିବା ପୁଲିସ ସନ୍ଦେହ କରିଥିଲା। ଜେରାବେଳେ ସୁବ୍ରତ ପ୍ରଥମେ ସାଲୁଙ୍କ ଉପରେ ଦୋଷ ଲଗାଇଥିଲା, କିନ୍ତୁ ପରେ ହତ୍ୟା କରିବାକୁ ହତ୍ୟାକାରୀ ଭଡ଼ାରେ ଆଣିଥିବା ସ୍ବୀକାର କରିଥିଲା। ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗରେ ପୁଲିସ ସୁବ୍ରତକୁ ଗିରଫ କରିଛି।

What's Your Reaction?

like

dislike

love

funny

angry

sad

wow