ଜାମିନ ମାମଲାରେ କାହାର କେତେ କ୍ଷମତା? ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Nov 2, 2026 - 14:19
ଜାମିନ ମାମଲାରେ କାହାର କେତେ କ୍ଷମତା? ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଜାମିନ ମାମଲାରେ ହାଇକୋର୍ଟଙ୍କ କ୍ଷମତାକୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଆଗୁଆ ଜାମିନ ଆବେଦନ ଖାରଜ କରିବା ସମୟରେ ତଳ କୋର୍ଟକୁ ନିୟମିତ ଜାମିନ ଦେବା ପାଇଁ ପୂର୍ବରୁ ସର୍ତ୍ତ ଧାର୍ଯ୍ୟ କରି ନିର୍ଦ୍ଦେଶ ଦେଇପାରିବେ ନାହିଁ ହାଇକୋର୍ଟ । 

ଜାମିନ ମାମଲାରେ ହାଇକୋର୍ଟଙ୍କ କ୍ଷମତାକୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଆଗୁଆ ଜାମିନ ଆବେଦନ ଖାରଜ କରିବା ସମୟରେ ତଳ କୋର୍ଟକୁ ନିୟମିତ ଜାମିନ ଦେବା ପାଇଁ ପୂର୍ବରୁ ସର୍ତ୍ତ ଧାର୍ଯ୍ୟ କରି ନିର୍ଦ୍ଦେଶ ଦେଇପାରିବେ ନାହିଁ ହାଇକୋର୍ଟ । ଏହା ଟ୍ରାଏଲ୍ କୋର୍ଟର ସ୍ୱାଧୀନ ବିଚାର କରିବାର କ୍ଷମତାରେ ହସ୍ତକ୍ଷେପ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏକ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ନେଇ ଏହି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାରେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ତେବେ ଅଭିଯୁକ୍ତ ନିୟମିତ ଜାମିନ ପାଇଁ ଟ୍ରାଏଲ୍ କୋର୍ଟରେ ଆବେଦନ କରିପାରିବେ ବୋଲି କହିବା ସହ ନିର୍ଦ୍ଦିଷ୍ଟ ସର୍ତ୍ତରେ ତାଙ୍କୁ ଜାମିନରେ ଛାଡ଼ିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ  ।

ଏହି ଆଦେଶକୁ ନେଇ ଆପତ୍ତି ଉଠାଇଛନ୍ତି ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ । ଖଣ୍ଡପୀଠଙ୍କ କହିବା ଅନୁସାରେ, ଯେତେବେଳେ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିସାରିଛନ୍ତି, ସେତେବେଳେ ଭବିଷ୍ୟତରେ ନିୟମିତ ଜାମିନ ଆବେଦନ ଉପରେ କି ନିଷ୍ପତ୍ତି ନିଆଯିବ, ସେଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ।

What's Your Reaction?

like

dislike

love

funny

angry

sad

wow