ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

Feb 20, 2025 - 12:56
 0  2
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେଇଛନ୍ତି ରେଖା ଗୁପ୍ତା ।  ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା । ତାଙ୍କ ସହ ଅନ୍ୟ ୬ ମନ୍ତ୍ରୀ  ପ୍ରବେଶ ବର୍ମା, ଆଶୀଷ ସୁଦ, ସରଦାର ମଞ୍ଜିଦର ସିଂ ସିରସା, ରବିନ୍ଦ୍ର ସିଂ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ  କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ଯ ନେଇଛନ୍ତି ଶପଥ  । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଦଳର ଅନେକ ବରିଷ୍ଠ ନେତା ହୋଇଥିଲେ ସାମିଲ୍।  ସେପଟେ ଦିଲ୍ଲୀ ବିଧାନସଭାର ବାଚସ୍ପତି ହେବେ ବିଜେନ୍ଦ୍ର ଗୁପ୍ତା ।

What's Your Reaction?

like

dislike

love

funny

angry

sad

wow