ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକ ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ଦିଆଯିବ ନୋବେଲ।ତେବେ ପୁରସ୍କାର ବାବଦରେ ମିଳିବାକୁ ଥିବା ଅଧା ଅର୍ଥ ଏକାକୀ ନେବେ ଡାଭିଡ ବାକେର। ବାକି ଅଧା ପୁରସ୍କାର ରାଶି ଡେମିସ ଓ ଜନଙ୍କ ମଧ୍ୟରେ ସମାନ ଭାବେ କରାଯିବ ବଣ୍ଟନ। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନର ଆବିଷ୍କାର କରିଥିଲେ ଡାଭିଡ। ଜନ ଓ ଡେମିସ ଫର ପ୍ରୋଟିନ ଷ୍ଟ୍ରକଚରାଲ ପ୍ରେଡିକସନ କରିଥିବାରୁ ସେମାନଙ୍କୁ ମଧ୍ୟ ନୋବେଲ ପାଇଁ କରାଯାଇଛି ଚୟନ।
What's Your Reaction?






