ରତନ ଟାଟାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

ଭାରତର ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ମୁମ୍ବାଇ ବାସଭବନରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା । ମୁମ୍ବାଇ ପୁଲିସ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ ଲାଗି ବାସଭବନ ଆଗରେ ଜମିଛି ଲୋକଙ୍କ ପ୍ରବଳ ଭିଡ଼ ।ବୁଧବାର ବିଳମ୍ବିତ ରାତିରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଆଖି ବୁଜିଛନ୍ତି ରତନ ଟାଟା। ତାଙ୍କ ଦେହାନ୍ତ ଭାରତୀୟ ଶିଳ୍ପ ଜଗତକୁ ଦେଇଛି ବଡ଼ ଝଟକା। ବିଭିନ୍ନ ମହଲରେ ଖେଳିଯାଇଛି ଶୋକର ଛାୟା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କରିଛନ୍ତି ଶୋକ ବ୍ୟକ୍ତ।ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଟାଟା ଗ୍ରୁପର ଚେୟାରମ୍ୟାନ୍ ଭାବେ କରିଥିଲେ କାର୍ଯ୍ୟ ।
What's Your Reaction?






