ବିଶ୍ୱ ସେୟାର ବଜାରରେ ହାହାକର, ଭାରତରେ ୫ ମିନିଟରେ ୧୯ ଲକ୍ଷ କୋଟି ସ୍ୱାହା

ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ୍ ଶୁଳ୍କ ଘୋଷଣା ପରେ, ବିଶ୍ୱର ସେୟାର ବଜାରରେ ଉଠିଛି ଝଡ଼। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଜି ଭାରତ ପାଇଁ ପାଲଟିଛି କଳା ସୋମବାର । ସପ୍ତାହର ପ୍ରଥମ ବ୍ୟବସାୟ ଦିନରେ ଭାରତୀୟ ଷ୍ଟକ୍ ବଜାରରେ ଦେଖିବାକୁ ମିଳିଛି ଏକ ବଡ଼ ହ୍ରାସ । ଏକାଥରେ ସେନସେକ୍ସ ୩୦୦୦ ପଏଣ୍ଟ ଖସିଥିବାବେଳେ ୯୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି ନିଫ୍ଟି ।ତେବେ ଏହି ସପ୍ତାହଟି ଥିଲା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସପ୍ତାହର ମଧ୍ୟଭାଗରେ ଘୋଷଣା କରାଯିବ ଆରବିଆଇର ଦ୍ୱିମାସିକ ମୁଦ୍ରା ନୀତି । ଏହା ପରେ ଆଇଟି କ୍ଷେତ୍ରର ପ୍ରମୁଖ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ତରଫରୁ ଚତୁର୍ଥ ତ୍ରୈମାସିକ ଆୟର ଆଧିକାରିକ କରାଯିବ ଘୋଷଣା ।
What's Your Reaction?






