ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ

Apr 7, 2025 - 11:57
 0  4
ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ

ଚଳିତ ମାସରେ SHG ବା  ସ୍ବୟଂ ସହାୟକ ଗୋଷ୍ଠୀକୁ କରାଯିବ ପୁନର୍ଗଠନ । ଆଉ ଏଥିରେ GPLF  ଓ CPL,  BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ଦିଆଯିବ  ନୂଆ ନିଯୁକ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ପୂର୍ବ ସରକାରରେ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଦଳ ସହ ଯୋଡାଯାଇଥିଲେ କିନ୍ତୁ ଏବେ ସମସ୍ତେ ଜିପିଏଲର ନିର୍ବାଚନରେ ଭାଗ ନେବାର ମିଳିବ ସୁଯୋଗ । ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି,ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ ନିର୍ବାଚିତ । ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow