ଶହେ ବର୍ଷ ଯାଏଁ ରହିବ ବିଜେଡି:ନବୀନ

Dec 26, 2025 - 16:50
 0  2
ଶହେ ବର୍ଷ ଯାଏଁ ରହିବ ବିଜେଡି:ନବୀନ

 ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳ ମୂଖ୍ୟ ନବୀନ ପଟ୍ଟନାୟକ । ଏଥିସହ ବିଜେପି ଉପରେ ବର୍ଷି ନବୀନ କହିଛନ୍ତି ଯେ, ଆମେ ବିଜୁ ବାବୁଙ୍କ ଆଦର୍ଶରେ କରିଆସୁଛୁ ରାଜ୍ୟବାସୀଙ୍କ ସେବା । ସେବା, ସ୍ବାଭିମାନ ଓ ସଂଗ୍ରାମ ଆମ ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ସୁନେଲୀ ଅବଧି । ଓଡ଼ିଶାକୁ  ଆମେ ନୂଆ ପରିଚୟ ଦେଇ ମାଆମାନଙ୍କୁ କରିଛୁ ସ୍ୱାବଲମ୍ବୀ  । ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ସହ ଦେଇଛୁ  ବିଏସକେୱାଇ ସେବା । ରାଜ୍ୟର ଅର୍ଥନୀତିକୁ ମଧ୍ୟ କରିଛୁ ମଜଭୁତ । ରାଜ୍ୟକୁ ଆଣିଛୁ ନିବେଶ  । ଯୁବପିଢୀଙ୍କୁ ଦେଇଛୁ ରୋଜଗାର  ।ନବୀନ ଆହୁରି କହିଛନ୍ତି ଯେ, ରାଜ୍ୟରେ ଚାଲିଛି ଡବଲ ଇଞ୍ଜିନ୍ ସରକାର । ହେଲେ ଚାଷୀ ଲାଭ ପାଉନି କି ଠିକ୍ ସମୟରେ ଖୋଲୁନି ମଣ୍ଡି ।ବିଶେଷ କରି ମହିଳା ମାନଙ୍କ ଉପରେ ବଢ଼ିଚାଲିଛି ଅତ୍ୟାଚାର ।ସେହିପରି ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି ବିରୋଧୀ ଦଳ ।କିନ୍ତୁ ଶହେ ବର୍ଷ ଓଡ଼ିଶାବାସୀଙ୍କ ସ୍ବର ହୋଇ ବିଜେଡି ରହିବ ବୋଲି ନିଶ୍ଚିତ କରିଛନ୍ତି ନବୀନ ପଟ୍ଟନାୟକ  ।

What's Your Reaction?

like

dislike

love

funny

angry

sad

wow