ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା ରୁଜୁ

A case has been registered against BJD leader Prithiranjan Ghadei and seven others by the Duburi Kalinganagar Police Station. According to reports, a bus collided with a bike yesterday afternoon near Siyaria Mosque on the Danagadi-Duburi road in Jajpur district, resulting in the death of Abhimanyu Mohanty of Natisahi under Sukinda police limits. Lakshmidhar Mahakud from Rangkia village was injured. In the aftermath, Ghadei and his associates allegedly abused the police, threatened to set a vehicle on fire, blocked the road, and instigated people to disrupt law and order demanding compensation. Based on the complaint, the police have taken strict action today.

Jul 29, 2025 - 13:19
 0  1
ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା ରୁଜୁ

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା ରୁଜୁ । ପ୍ରୀତିରଞ୍ଜନଙ୍କ ସମେତ ଆଉ ୭ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଡୁବୁରି କଳିଙ୍ଗନଗର ଥାନା ପୋଲିସ।ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣରେ ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା ଏକ ବସ । ଫଳରେ ସୁକିନ୍ଦା ଥାନା ଅଧୀନ ନଟିସାହିର ଅଭିମନୁ ମହାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଥିଲେ  ରଙ୍କିଆ ଗାଁର ଲକ୍ଷ୍ମୀଧର ମହାକୁଡ଼ । ଏହି ଘଟଣାରେ କ୍ଷତିପୂରଣ ଦାବି ନେଇ ପ୍ରୀତିରଞ୍ଜନ ଘଡ଼େଇ ଓ ତାଙ୍କ ସହଯୋଗୀମାନେ ପୁଲିସକୁ ଗାଳିଗୁଲଜ କରିବା ସହ ଗାଡ଼ି ଜ‌ଳାଇଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ନେଇ ହୋଇଥିଲା ଅଭିଯୋଗ। ଯାହାକୁ ନେଇ ଆଜି ପୁଲିସ ପକ୍ଷରୁ ନିଆଯାଇଛି କଠୋର ନିଷ୍ପତ୍ତି ।

What's Your Reaction?

like

dislike

love

funny

angry

sad

wow