ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର

Aug 28, 2024 - 12:42
 0  2
ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର

ଜଙ୍ଗଲରେ ଶିକାର ବଢୁଥିବାରୁ ବଡ ପଦକ୍ଷେପ ନେଇଛି ବନ ବିଭାଗ । ଏଣିକି ଶିକାରୀଙ୍କୁ ଜଗିବା ପାଇଁ ଜଙ୍ଗଲରେ ମୁତୟନ ହେବେ ତାଲିମ ପ୍ରାପ୍ତ ସନ୍ଧାନୀ କୁକୁର । ପ୍ରାଥମିକ ପର୍ଯ୍ୟୟରେ ୭ଟି ବନଖଣ୍ଡରେ ଛଡ଼ାଯିବ ୧୦ କୁକୁର । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁଗୁଳ, ଢେଙ୍କାନାଳ, ହୀରାକୁଦ, ବାଲେଶ୍ୱର ଡିଏଫଓଙ୍କୁ ଚିଠି ଲେଖିଛନ୍ତି ପିସିସିଏଫ। ସନ୍ଧାନୀ କୁକୁର ଯୋଗାଇବା ସହ ସେମାନଙ୍କୁ ତାଲିମ ଦେବା କାମ କରିବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂସ୍ଥା । ଏଥିପାଇଁ ସଂସ୍ଥା ପାଖରେ ୧୦ ବର୍ଷର ଅଭିଜ୍ଞତା ସହ ସୈନ୍ୟବାହିନୀ, ପୋଲିସ ଓ ଜଙ୍ଗଲ ବିଭାଗକୁ ଯୋଗାଇଥିବେ ତାଲିମପ୍ରାପ୍ତ କୁକୁର। ଏହି  ସନ୍ଧାନୀ କୁକୁର ଅଭୟାରଣ୍ୟରେ ଆହତ ବନ୍ୟାଜନ୍ତୁଙ୍କୁ ଟ୍ରାକ କରିବା ସହ ଶିକାରୀଙ୍କ ଉପରେ ରଖିପାରିବେ ନଜର ।

What's Your Reaction?

like

dislike

love

funny

angry

sad

wow