ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତିର ଶୁଭାରମ୍ଭ ପ୍ରକ୍ରିୟା। ଏନେଇ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ମାର୍ଚ୍ଚ ୨୫ ଦିନ ୧୨ ଟା ୯ ରୁ ୧ ଟା ୪୫ ମଧ୍ୟରେ ରହିଛି ଶୁଭ ମୁହୁର୍ତ୍ତ। ତେବେ ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଯେଭଳି ସୂଚାରୁରୂପେ ସମ୍ପୂର୍ଣ୍ଣ ହେବ ସେନେଇ ଆଜି ପୁରୀ ଗସ୍ତରେ ଆସି ଏକ ସମୀକ୍ଷା ବୈଠକ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
What's Your Reaction?