ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଦଳ

Feb 23, 2026 - 11:24
 0  1
ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଦଳ

ଆସନ୍ତା ୨୬ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍ ଦଳ।ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ରହିବେ ୧୦ ଜଣ।ଏହି ଦଳକୁ ରାଜ୍ୟ ଅତିଥି ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଟ୍ରିବ୍ୟୁନାଲ ଦଳର ଗସ୍ତକୁ ନେଇ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ଚିଠି ଲେଖିଛି ସ୍ବରାଷ୍ଟ୍ର ବିଭାଗ ।ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟମାନେ ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଗସ୍ତ କରିବାର ରହିଛି କାର୍ଯ୍ୟକ୍ରମ। ତେବେ ମହାନଦୀ ଜଳକୁ ନେଇ ଦୀର୍ଘଦିନ ଧରି ପଡୋଶୀ ଛତିଶଗଡ଼ ସହ ଲାଗି ରହିଥିବା ବିବାଦର ସମାଧାନ ଶୀଘ୍ର ହେବ ବୋଲି କରାଯାଉଛି ଆଶା ।

What's Your Reaction?

like

dislike

love

funny

angry

sad

wow