୪ ମହଲାରୁ ପଡ଼ି ମହିଳା ମୃତ
ପାରାଦୀପ ତାରେଣୀଗଡ଼ାରେ ଅଘଟଣ। ଏକ ଚାରି ମହଲା ଛାତ ଉପରୁ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ।ତେବେ ମହିଳା ଜଣକ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା ସେନେଇ ଅଷ୍ପଷ୍ଟ ରହିଛି କାରଣ। । ସେହିପରି ଛାତ ଉପରେ ମହିଳାଙ୍କ ଚପଲ, ମଶାବତୀ ଏବଂ ସିଗାରେଟ,ଖଇନି ଜରି ପଡ଼ିଥିବାର ଦେଖିବାକୁ ମିଳିଛି ।
What's Your Reaction?