ରେଡ୍‌ ଫ୍ଲାଗ ହେଲା ରାଜକନିକା ମାମଲା

Feb 22, 2026 - 18:40
 0  1
ରେଡ୍‌ ଫ୍ଲାଗ ହେଲା ରାଜକନିକା ମାମଲା

କେନ୍ଦ୍ରାପଡ଼ା ରାଜକନିକା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଆଉ ଏବେ ଏହି ମାମଲାକୁ କରାଯାଇଛି ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ । କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ପୁରା ଘଟଣାର କରାଯିବ ତଦନ୍ତ ।ଖବର ଅନୁଯାୟୀ,  ଗତ ୪ ବର୍ଷ ଧରି ଛାତ୍ରୀଙ୍କ ସହ ନିୟମିତ ଦୁଷ୍କର୍ମ କରି ଆସୁଥିଲେ ଅଭିଯୁକ୍ତ l ଭାଇକୁ ମାରିଦେବାର ଧମକ ଦେଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ହୋଇଛି ଅଭିଯୋଗ l ଗିରଫଦାରୀଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ଜଣେ ପିଅନ l ଗିରଫ ଶିକ୍ଷକ ହେଲେ ଚନ୍ଦନ କୁମାର ପୃଷ୍ଟି, ବିଶ୍ୱରଞ୍ଜନ ସାହୁ, ରଶ୍ମି କାନ୍ତ ବିଶ୍ଵାଳ ଓ ପିଅନ ରଶ୍ମିରଞ୍ଜନ ରଣା l  ପୀଡିତାଙ୍କୁ ତ୍ଵରିତ ଓ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ପୋଲିସ ଉଦ୍ୟମ କରୁଥିବା କହିଛନ୍ତି ଏସ୍ପି ।

What's Your Reaction?

like

dislike

love

funny

angry

sad

wow