କେନ୍ଦ୍ର ପରେ ରାଜ୍ୟ ବି ବଢ଼ାଇବ ଗରିବଙ୍କ ମାଗଣା ଚାଉଳ ଅବଧି

କେନ୍ଦ୍ର ପରେ ରାଜ୍ୟ ବି ବଢ଼ାଇବ ଗରିବଙ୍କ ମାଗଣା ଚାଉଳ ଅବଧି । ଏନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାସନ ବା ପଡି କାର୍ଡ ପାଇଁ ଚାଲିଛି ଇକେୱାଇସି । ପାଖାପାଖି ୨ କୋଟି ୩୦ ଲକ୍ଷ ଲୋକଙ୍କ ଇକେୱାଇସି ସରିଥିବାବେଳେ ୧ କୋଟି ପାଖାପାଖି ଲୋକଙ୍କ ଇକେୱାଇସି ବାକି ଅଛି । ତେବେ ୧୫ରୁ ୨୦ ଦିନ ଭିତରେ ସରିଯିବ ସମସ୍ତଙ୍କ ଇକେୱାଇସି। ତା ପରେ ନୂଆ କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଳୁ ଅଭିଯାନ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଉତ୍ତର ପ୍ରଦେଶ ଏବଂ ପଞ୍ଜାବରୁ ଭଲ ଗୁଣବତ୍ତାର ଆଳୁ ବିହନ ଆଣି ଚାଷୀଙ୍କୁ ଦେବେ ସରକାର । ଆଳୁ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ ଓଡ଼ିଶା। ଏ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଥିବା କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।
What's Your Reaction?






