ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କଲେ ଭିକେ ପାଣ୍ଡିଆନ୍

ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କଲେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ଏକ ଭିଡିଓ ବାର୍ତ୍ତା କରି ବିଜୁ ଜନତା ଦଳର ପରାଜୟ ପାଇଁ କ୍ଷମା ପ୍ରାର୍ଥନା କରି ସେ କହିଛନ୍ତି ଯେ, ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ମୁଁ ଦୁଃଖିତ । ହାତ ଯୋଡି ବିଜୁ ଜନତା ଦଳର କର୍ମୀଙ୍କୁ କ୍ଷମା ମାଗୁଛି । ମୁଁ ରାଜନୀତିକୁ ଆସିଥିଲି କେବଳ ମୋ ଗୁରୁ ନବୀନ ପଟ୍ଟନାୟକଙ୍କ ସାହାର୍ଯ୍ୟ କରିବାକୁ । ମୁଁ ଦଳର କୌଣସି ପଦବୀରେ ବି ନଥିଲି, କି ପ୍ରାର୍ଥୀ ବି ହୋଇନଥିଲି । ମୁଁ ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ । ଚାକିରି କ୍ୟାରିୟରରେ ଭିତରେ ମୋ ପୈତୃକ ସମ୍ପତ୍ତି ଛଡା ସାରା ବିଶ୍ୱରେ ମୋର କେଉଁଠି ବି ସମ୍ପତ୍ତି ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍ ।
What's Your Reaction?






