କଟକ ସିଡିଏ ସେକ୍ଟର-୧୦ରେ ହୁତୁହୁତୁ ହୋଇ ଜଳିଲା ନିଆଁ, ଘଟଣାସ୍ଥଳରେ ଅଗ୍ନିଶମ ଟିମ୍

Oct 13, 2026 - 11:37
କଟକ ସିଡିଏ ସେକ୍ଟର-୧୦ରେ ହୁତୁହୁତୁ ହୋଇ ଜଳିଲା ନିଆଁ, ଘଟଣାସ୍ଥଳରେ ଅଗ୍ନିଶମ ଟିମ୍

କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ପିଏନ୍‌ଜି ପାଇପ୍‌ରୁ ଗ୍ୟାସ୍ ଲିକ୍ ହେବା ପରେ ଲାଗିଥିଲା ନିଆଁ । ଗୋଟିଏ କି ଦୁଇଟି ନୁହେଁ, ବରଂ ୪ଟି ସ୍ଥାନରେ ପିଏନ୍‌ଜି ପାଇପ୍‌ ମାଧ୍ୟମରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । 

କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ପିଏନ୍‌ଜି ପାଇପ୍‌ରୁ ଗ୍ୟାସ୍ ଲିକ୍ ହେବା ପରେ ଲାଗିଥିଲା ନିଆଁ । ଗୋଟିଏ କି ଦୁଇଟି ନୁହେଁ, ବରଂ ୪ଟି ସ୍ଥାନରେ ପିଏନ୍‌ଜି ପାଇପ୍‌ ମାଧ୍ୟମରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଡାନାସୀ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ।  

ଅଗ୍ନିଶମ କର୍ମଚାରୀମାନେ ତ୍ୱରିତ ପଦକ୍ଷେପ ନେଇ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ସୂଚନା ମିଳିଛି । ପିଏନ୍‌ଜି ପାଇପ୍‌ରୁ ଏକାଧିକ ସ୍ଥାନରେ ଗ୍ୟାସ୍ ଲିକ୍ ହେବା ଘଟଣାକୁ ନେଇ ଏବେ ସତର୍କତା ଜରୁରୀ। ତେବେ ଗ୍ୟାସ୍ ଲିକ୍‌ର ପ୍ରକୃତ କାରଣ କ’ଣ, ସେନେଇ ବିସ୍ତୃତ ତଥ୍ୟ ମିଳିନାହିଁ । 

What's Your Reaction?

like

dislike

love

funny

angry

sad

wow