ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ :ଆଇନ୍ ମନ୍ତ୍ରୀ

Jul 3, 2024 - 13:14
 0  3
ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ :ଆଇନ୍ ମନ୍ତ୍ରୀ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ। ସର୍ବୋଚ୍ଚ ସ୍ତରରେ ସରିଛି ଏ ସମ୍ପର୍କୀତ ନିଷ୍ପତ୍ତି । ଆଜି କିମ୍ବା କାଲି ଭିତରେ ଏଥିନିମନ୍ତେ ନିଷ୍ପତ୍ତି ନିଆଯିବା ସହ ସମଗ୍ର ରାଜ୍ୟବାସୀଙ୍କୁ କରାଯିବ ଅବଗତ। ତେବେ ତାହା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଏ ସମ୍ପର୍କୀତ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସୂଚନା ଦେଇଛନ୍ତି ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବୈଠକ ପରେ ତାରିଖ ଘୋଷଣା କରିବେ ସରକାର। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ ବୋଲି କହିଛନ୍ତି ହରିଚନ୍ଦନ ।ସେପଟେ ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା ରହିଛି କାର୍ଯ୍ୟକ୍ରମ । ସେ ପୁରୀରେ ୨୭ ତାରିଖ ଯାଏ ରହିବେ। ଏହା ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କରାଯାଉଛି ଅନୁମାନ । 

What's Your Reaction?

like

dislike

love

funny

angry

sad

wow