ଶେଷ ହୋଇଯିବ ବିଜେଡି ଏବଂ କଂଗ୍ରେସ
ଶେଷ ହୋଇଯିବ ବିଜେଡି ଏବଂ କଂଗ୍ରେସ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି ଯେ, ବିଜେଡ଼ିରେ ଲାଗିଛି ଧାଁଦୌଡ଼ । ସେମାନେ ଦଳ ଭାଙ୍ଗି ବିଜେପିକୁ ଆସିବାକୁ ଚାହୁଁଛନ୍ତି । ଆମେ ତାଙ୍କୁ ସହାନୁଭୂତି ଦେବାକୁ ଚାହୁଁନାହୁଁ । ଦୁଇ ଜଣ ସାଂସଦ ଆସିଛନ୍ତି ଆଉ ଅନେକ ଆମ ସହିତ ସମ୍ପର୍କ କରୁଛନ୍ତି । ବିଜେଡ଼ିର ଅନେକ ବିଧାୟକ ବିଜେପିକୁ ଆସିବାକୁ ଆମ ସହ ଯୋଗାଯୋଗରେ ଅଛନ୍ତି କିନ୍ତୁ ଆମେ ଏବେ ସେମାନଙ୍କୁ ନେବାକୁ ଚାହୁଁନାହୁଁ । ଆମେ ସ୍ପଷ୍ଟ ବହୁମତ ସହିତ ଅଛୁ ତେଣୁ ଆମେ ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ତୋମାର ।
What's Your Reaction?