୧୫ରୁ ବଢିବ ଶୀତ

୧୫ରୁ ବଢିବ ଶୀତ

ଆସନ୍ତା ୧୫ରୁ ଓଡିଶାରେ ବଢିବ ଶୀତ । ଦିନ ସହ କମିବ ରାତି ତାପମାତ୍ରା। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ଶୀତୁଆ ପବନ ହେଉଛି ଅନୁଭୂତ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ହେବାର ରହିଛି ସମ୍ଭାବନା  ।ଶୀତ ଆସିବାରେ ଯଥେଷ୍ଟ ବିଳମ୍ୱ ହୋଇଥିବାବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ  ।