ଓଡିଶାରେ ନାହିଁ ବଡ଼ ବର୍ଷା ସମ୍ଭାବନା

Jul 3, 2024 - 13:34
 0  3
ଓଡିଶାରେ ନାହିଁ ବଡ଼ ବର୍ଷା ସମ୍ଭାବନା

ବର୍ତ୍ତମାନ ଓଡିଶାରେ ନାହିଁ ବଡ଼ ବର୍ଷା ସମ୍ଭାବନା । କିନ୍ତୁ ପ୍ରତିଦିନ କିଛି କିଛି ସ୍ଥାନରେ ହୋଇପାରେ ହାଲୁକାରୁ ସ୍ୱଳ୍ପ ବର୍ଷା। ୫ ତାରିଖରୁ କିଛି ମାତ୍ରାରେ ବଢ଼ିବ ବର୍ଷାର ପରିମାଣ। ୬ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବାବେଳେ କାଁ ଭାଁ କେଉଁଠି ହୋଉଛି ଝିପିଝିପି ବର୍ଷା। ସେପଟେ ମୌସୁମୀ ଋତୁରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ମିଳିଛି ସୂଚନା।ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷା ପରିମାଣ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ।

What's Your Reaction?

like

dislike

love

funny

angry

sad

wow