ମାର୍ଚ୍ଚ ୭ରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଶେଷ ସମୟସୀମା। ମାର୍ଚ୍ଚ ୭ ତାରିଖ ଯାଏଁ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆସନ୍ତା ମାର୍ଚ୍ଚ ୭ ତାରିଖରେ ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଶେଷ ପର୍ୟ୍ୟାୟ ଟଙ୍କା। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ କରନ୍ତୁ ନାହିଁ। ବ୍ୟସ୍ତ ନହୋଇ ପଞ୍ଜିକରଣ କରିବାକୁ ଅନୁରୋଧ । ସେହିପରି ମାର୍ଚ୍ଚ ୮ ମହିଳା ଦିବସରେ ମିଳିବ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ଏପର୍ଯ୍ୟନ୍ତ ଙ୍କୁ ଟଙ୍କା ପାଇଲେଣି ୮୦ ଲକ୍ଷ ୪୬ ହଜାର ହିତାଧିକାରୀ। ବାକି ୨ ଲକ୍ଷ ୬୭ ହଜାର ହିତାଧିକାରୀ ପଡିଥିଲେ ବାଦ୍, ସେମାନଙ୍କ ଚାଲିଛି ସମୀକ୍ଷା । ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି,ଏବେ କେବଳ ଯାଞ୍ଚ ପରେ ସେମାନେ ପାଇବେ ଟଙ୍କା ।
What's Your Reaction?






